ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ

ଭୂବନେଶ୍ବର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସନ୍ଧ୍ୟାରେ ବିଜେଡି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ହୋଇଛି। ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ବିଜୟଶ୍ରୀ ତାଙ୍କର ରାଜନୈତିକ ଯାତ୍ରାରେ ଛଥର ବିଧାୟକ ହୋଇଥିବା ବେଳେ, ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

୬୭ ବର୍ଷର ବିଜୟଶ୍ରୀ ରାଉତ , ମେ ମାସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ କରୋନା ପରବର୍ତ୍ତୀ ଜଟିଳତା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି।

Leave a Reply

Your email address will not be published.