ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟ ବସ୍ଥା ଅସୁସ୍ଥ ରହିଛି । ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନାରେ ଦିଲ୍ଲୀପ କୁମାରଙ୍କ ଆଡମିଶନ ସମ୍ପର୍କରେ ପତ୍ନୀ ସାଇରା ବାନୁ କହିଛନ୍ତି, ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କାରଣରୁ ତାଙ୍କୁ ଆଜି ସକାଳ ୮.୩୦ ସମୟରେ ମହିମସ୍ଥିତ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦିଲ୍ଲୀପ କୁମାରଙ୍କ ସମସ୍ତ ପରୀକ୍ଷା ନିତିନ ଗୋଖଲେଙ୍କ ତତ୍ତ୍ବାବଧାନରେ ନିଆଯାଉଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ଶୀଘ୍ର ସୁସ୍ଥ ହେବା ପାଇଁ ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ।

Leave a Reply

Your email address will not be published.