ଭୁବନେଶ୍ୱର: ରାଜ୍ୟରେ କିନ୍ନରମାନଙ୍କୁ ଏକ ସମ୍ମାନଯୋଗ୍ୟ ପରିଚୟ ଦେବା ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପ୍ରୟାସ ସଦା ଜାରୀ ରହିଛି । ଏସବୁ ମଧ୍ୟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେକି କିନ୍ନରମାନେବି ପୁଲିସ୍ରେ ଭର୍ତ୍ତି ହୋଇପାରିବେ । ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍ଇନ୍ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବାହାରିଥିବା ସଦ୍ୟ ବିଜ୍ଞପ୍ତିରେ ଏହି କଥା ଉଲ୍ଲେଖ ରହିଛି।
୪୭୭ଟି ସବ୍ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।