ଜୁନ୍ ୩୦ ସୁଦ୍ଧା ପାନକୁ ଆଧାର ସହ ଲିଙ୍କ୍ କରିନଥିଲେ ଗଣିବେ ଜୋରିମାନା

ନୂଆଦିଲ୍ଲୀ: ମାର୍ଚ୍ଚରେ ଲୋକସଭାରେ ପାରିତ ହୋଇଥିବା ଫାଇନାନ୍ସ ବିଲ୍ ୨୦୨୧ ଅନୁଯାୟୀ ପାନକାର୍ଡକୁ ଆଧାର ସହିତ ଲିଙ୍କ କରିବାକୁ ହେବ । ଯାହା ସରକାରଙ୍କ ଦ୍ବାରା ପାରିତ ହୋଇଛି । ଯଦି ଜୁନ୍ ୩୦ ସୁଦ୍ଧା ଆଧାରକୁ ପାନକାର୍ଡ ସହିତ ଲିଙ୍କ୍ କରିଯାଇନାହିଁ, ତେବେ ପାନ୍ କାର୍ଡ ଅଦରକାରୀ ହୋଇଯିବ । ଲିଙ୍କ ଏସଏମଏସ ମାଧ୍ୟମରେ କିମ୍ବା ଅଫିସିଆଲ୍ ୱେବସାଇଟରେ କରିହେବ । ଜୁନ୍ ୩୦ ପରେ ପାନ୍ ଆର୍ଥିକ କାରବାରରେ ବ୍ୟବହୃତ ହେବ ନାହିଁ । ପାନ୍ ବିନା ବ୍ୟାଙ୍କିଙ୍ଗ୍ କାରବାର, ମ୍ୟୁଚୁଆଲ୍ ଫଣ୍ଡ, ଏକ ଡେମାଟ୍ ଆକାଉଣ୍ଟ ଖୋଲିବା, ଏକ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଭଳି ଅନେକ କାର୍ଯ୍ୟ କରିହେବ ନାହିଁ ।ଏହାସହିତ ଆଧାର ସହିତ ଲିଙ୍କ୍ ନହୋଇଥିଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଆୟକର ଅଧିନିୟମ ୧୯୬୧ରେ ଯୋଡି ହୋଇଥିବା ଧାରା ୨୩୪ଏଚ ହେତୁ ଏହା ଘଟିଛି ।

Leave a Reply

Your email address will not be published.