ଅନଲାଇନ ମୋଡରେ ହେବ ୟୁଜି ଓ ପିଜି ପରୀକ୍ଷା: ଅରୁଣ ସାହୁ

ଭୂବନେଶ୍ବର: ଅନଲାଇନ ମାଧ୍ୟମରେ ହେବ ୟୁଜି ଓ ପିଜି ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧକାର ହୋଇଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେବାରେ ଲାଗିଛି । ତେବେ ଏହାରି ଭିତରେ ୟୁଜି ଓ ପିଜିର ଶେଷ ବର୍ଷର ହେବ । ଯାହା ନିଶ୍ଚିନ୍ତ କରାଯାଇଛି ।

ଏହି ପରୀକ୍ଷା ଜୁଲାଇ ଓ ଅଗଷ୍ଟ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ହେବ ବୋଲି ସୂଚନା ଦେଇଛନ୍ତି । ଯଦି କେହି ଘରେ ରହି ଅନଲାଇନ୍ ପରୀକ୍ଷା ଦେବାକୁ ସୁବିଧା ଅନୁଭବ କରିବେ ନାହିଁ ତେବେ ସେ ନିକଟସ୍ଥ ଡ଼ିଗ୍ରୀ କଲେଜ୍‌ରେ ଅନଲାଇନ୍‌ରେ ପରୀକ୍ଷା ଦେଇପାରିବେ ।

ଶେଷ ପରୀକ୍ଷା ସହ ବ୍ୟାକ୍ ପେପର ପରୀକ୍ଷା ମଧ୍ୟ ଅନଲାଇନ୍ ମୋଡ଼ରେ ଦେବାକୁ କୁହାଯାଇଛି । ତେବେ ଏହି ସମସ୍ତ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା ପରେ ଏହା କାର୍ଯ୍ୟକାରୀ ହେବ । କିଛିଦିନ ହେବ ଏହି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ଚିନ୍ତାରେ ଥିବା ବେଳେ ଏହି ନିଷ୍ପତି ନେଇଛନ୍ତି ଅରୁଣ ସାହୁ ।  

Leave a Reply

Your email address will not be published.