ଭୂବନେଶ୍ବର: କରୋନାର ମୁକାବିଲା ଲାଗି ୨୬ଟି ରାଜ୍ୟରେ ୧୧୧ଟି ଟ୍ରେନିଂ ସେଣ୍ଟରର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସୁଥିବା ନେଇ ସଂକେତ ମିଳିବା ପରେ ଏବେ ସରକାର ଏହାର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଟ୍ରେନିଂ ସେଣ୍ଟର ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗର ଆଗ ଧାଡିର କରୋନା ଯୋଦ୍ଧାମାନେ ଟ୍ରେନିଂ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ସାବଧାନତା ସହିତ ଆଗକୁ ଆସୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତିକୁ ଆଗକୁ ବଢାଇବାକୁ ପଡିବ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି ଦେଶରେ ଏବେ ୧ ଲକ୍ଷରୁ ଅଧିକ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ପ୍ରସ୍ତୁତ କରିବାକୁ ମହା ଅଭିଯାନ ଆରମ୍ଭ କରାଯାଇଛି । ଏହାସହ କରୋନା ଭୂତାଣୁ ବାରମ୍ବାର ତାର ସ୍ୱରୂପ ବଦଳାଉଥିବା ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ମହାଭିଯାନରେ ସାମିଲ ହୋଇ ଟ୍ରେନିଂ ନେବାକୁ ଆରମ୍ଭ କରିଥିବା କରୋନା ଯୋଦ୍ଧାମାନେ ୩ ମାସ ମଧ୍ୟରେ କ୍ଷେତ୍ରରେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଭିଯାନ ଫଳରେ କରୋନା ମହାମାରୀ ବେଳେ ଲଢୁଥିବା ଆଗ ଧାଡିର ସ୍ୱାସ୍ଥ୍ୟକର୍ମୀଙ୍କୁ ୧ ଲକ୍ଷ ଯୁବକ ଯୁବତୀ ସହଯୋଗ କରିବା ସହ ସେମାନଙ୍କୁ ରୋଜଗାର ମିଳିବ ବୋଲି ସେ କହିଛନ୍ତି ।
Nice?
okay