ନୂଆଦିଲ୍ଲୀ: କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଯାହା ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ରାଜ୍ୟର ୪ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି । ଏହି ୪ଟି ଜିଲ୍ଲା ଗୁଡ଼ିିକ ହେଲା ଚିକାମଗଲୁରୁ, ହାସନ, କୋଡାଗୁ ଓ ଶିଭମୋଗା ।
ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଦକ୍ଷିଣ କାନ୍ନାଡା, ଉଦାପୀ ଓ ଉତ୍ତର କାନ୍ନାଡା । ଅରେଂଜ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ କୋଡାଗୁ, ହାସନ, ଚିକାମଗଲୁରୁ ଓ ଶିଭମୋଗା ।
ପାଣିପାଗ ବିଭାଗର ଜାରି ହୋଇଥିବା ବୁଲେଟିନରେ କୁହାଯାଇଛି ଯେ, ଶୁକ୍ରବାର ୨୪ ଘଣ୍ଟା ମଧ୍ୟରେ କୋଡାଗୁ ଜିଲ୍ଲାର ଭାଗମଣ୍ଡଳାରେ ୨୧ ସେମି ବର୍ଷା ରେକର୍ଡ ହୋଇଛି । ଚିକାମଗଲୁରୁର କୋଟ୍ଟିଘେରାରେ ୧୮ସିଏମ, ଆଗୁମ୍ବେରେ ୧୫ ସିଏମ୍, ଶିଭମୋଗା ଜିଲ୍ଲାର ଥାଲାଗୁପାରେ ୧୩ ସିଏମ୍ ବର୍ଷା ରେକର୍ଡ କରାଯାଇଛି ।