ବିଦେଶୀ ମଦ ବେପାରୀ ଗିରଫ

ଭୂବନେଶ୍ଵର: ବାଙ୍କୀରୁ ଜାତମୁଣ୍ଡିଆ ଦେଇ ସୁବର୍ଣ୍ଣପୁରକୁ ବାଇକରେ ଚାରିପେଟିରୁ ଉର୍ଦ୍ଧ୍ଵ ବିଦେଶୀ ମଦ ବାହାରକୁ ଚୋରାଚାଲାଣ ହେଉଥିବା ବେଳେ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ହାତରେ ଧରା ପଡିଛି । ଘଟଣାସ୍ଥଳରୁ ବାଇକ ଚାଳକ ଫେରାର ହୋଇ ଯାଇଥିବାବେଳେ ଚାରିପେଟିରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ସଚିନ୍ଦ୍ର ସ୍ୱାଇଁ ଘର । ଘର ବାଙ୍କୀ ସିମିଳିପୁର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଉକ୍ତ ବିଦେଶୀ ମଦ ବ୍ୟବସାୟୀଙ୍କୁ ବାଙ୍କୀ ପୋଲିସ ଗିରଫ କରିବା ସହିତ ଏହାର ବ୍ୟବସାୟିକ ଚେର କେତେ ଦୂର ଲମ୍ବିଛି ସେନେଇ ପଚରାଉଚରା ଜାରି ରଖିଛି ପୋଲିସ ।

Leave a Reply

Your email address will not be published.