ଆଜିଠାରୁ ବସ୍ ଚଳାଚଳ ଆରମ୍ଭ

ଭୂବନେଶ୍ବର: ଆଜିଠାରୁ ଏ କାଟୋଗୋରିରେ ଅନ୍ତର୍ଭୁକ୍ତ ଥିବା ୪୩ ରୁଟରେ ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଳାଚଳ ଆରମ୍ଭ କରିବ । ଯେଉଁ ସ୍ଥାନରେ ସଂକ୍ରମଣ ହାର ନିମ୍ନଗାମୀ ସେହି ଜିଲ୍ଲାକୁ ରାଜ୍ୟସରକାର ଏକ୍ୟାଟୋଗରୀରେ ରଖିଥିଲେ । ତେବେ ଓଏସଆରଟିସି ବସରେ ଯାତ୍ରା କରିବା ସମୟରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏହି ବସଗୁଡିକ ଆଜିଠାରୁ ରାଜ୍ୟ ସଡକ ପରିବହନ ନିଗମର ୧୬ଟି ଡିପୋରୁ ଚାଲିବ।

ଏ କାଟୋଗୋରୀ ଜିଲ୍ଲାଗୁଡ଼ିକରେ ଆନ୍ତଃଜିଲ୍ଲା ବସ୍ ଦ୍ୱାରା ସାଧାରଣ ପରିବହନ କେବଳ ବସିବା କ୍ଷମତା ସହିତ କାର୍ଯ୍ୟକ୍ଷମ ହେବ। କୌଣସି ଯାତ୍ରୀଙ୍କୁ ଠିଆ ହେବାକୁ ଦିଆଯିବ ନାହିଁ। ଡିଜେନ୍ସିଫିକେସନ୍ ଏବଂ ସାନିଟାଇଜେସନ୍ ପରେ ବସ ଗଡିବ । ସାମାଜିକ ଦୂରତା ବଜାୟ ରଖିବା ଓ ବସରେ ଭିଡ଼ ନକରିବାକୁ ଚେୟାରମ୍ୟାନ୍ କମ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.