ଦଲାଲଙ୍କ ହାତରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଟୀକାକରଣ ବ୍ୟବସ୍ଥା

ଢେଙ୍କାନାଳ: ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମସ୍ତ ରାଜ୍ୟରେ ମାଗଣାରେ ଟୀକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ଏହିସମୟରେ ଢେଙ୍କାନାଳ ଜିଲ୍ଲା ଅଦିନସ୍ଥ ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମରୁ ହିଁ ଟୀକାକରଣରେ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲେ ହେଁ, ପ୍ରଶାସନ ଦୃଷ୍ଟି ନଦେବା ଫଳରେ ଲୋକ ଟୀକା ଦଲାଲ ମାନଙ୍କର ଶିକାର ହୋଇ ଦୂରଦୂରାନ୍ତରରୁ ଆସିଥିବା ହିତାଧିକାରୀ ମାନେ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି ।

ଏଠି ଟୀକାଦଲାଲ ଓ କିଛି ଅସାଧୁ ମେଡ଼ିକାଲ କର୍ମଚାରୀ ମାନଙ୍କ ଦ୍ୱାରା ରାତିଅଧରୁ ଜନତା ନୁହଁନ୍ତି ବରଂ ଦଲାଲଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ଆଧାର ଜେରକ୍ସ ଲାଇନରେ ଛିଡା ହେଉଥିବାବେଳେ, ସକାଳ ୫ଟାରୁ ଆସି ଫାଟକ ଆଗରେ ବସିଥିବା ବୟସ୍କ ବ୍ୟକ୍ତି ମାନେ ଫେରୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଗଣମାଧ୍ୟମ ପ୍ରତିନିଧୀ ଏସମ୍ପର୍କରେ ପଚରାଉଚରା କରିବାରୁ ଗଁଦିଆ ଥାନାର ମହିଳା କନେଷ୍ଟବଳ ତାଙ୍କୁ ନାଲିଆଖି ଦେଖେଇବା ସହିତ ଗାଳିଗୁଲଜ କରିଥିଲେ । ଏତେ ସବୁ ଘଟଣା ପରେ ମଧ୍ୟ୍ୟ ମେଡ଼ିକାଲ ଇନଚାର୍ଜ ନିରବ ରହିଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published.