ଆଜି ପୁଣି ୩ ହଜାର ତଳେ ଆକ୍ରାନ୍ତ ଚିହ୍ନଟ,‌ଖୋର୍ଦ୍ଧାରୁ ସର୍ବାଧିକ

ଭୂବନେଶ୍ବର: ରାଜ୍ଯର ସବୁ ଆଡେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଟ୍ବିନସିଟିରେ କମିବାର ନାଁ ଧରୁନି। ଗତକାଲି କଟକରେ ସଂକ୍ରମଣ ସର୍ବାଧିକ ଥିବାବେଳେ ଆଜି ଖୋର୍ଦ୍ଧାରେ ୫୦୦ ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୬୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୪୯୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।

ଆଜି ମୟୂରଭଞ୍ଜରୁ ୧୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୨, ନୂଆପଡାରୁ ୫, ପୁରୀରୁ ୧୭୪, ରାୟଗଡାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ଅନୁଗୁଳରୁ ୯୯, ବାଲେଶ୍ବରରୁ ୧୬୪, ବରଗଡରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗୀରରୁ ୫, ବୌଦ୍ଧରୁ ୨୧, କଟକରୁ ୩୯୭‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସେହିପରି ଦେବଗଡରୁ ୫ ଜଣ , ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୮୩, ଝାରସୁଗୁଡାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୫୯,କେଉଁଝରରୁ ୭୨, ଖୋର୍ଦ୍ଧାରୁ ୫୨୯, କୋରାପୁଟରୁ ୩୨, ମାଲକାନଗିରି ରୁ ୩୨, ସୁନ୍ଦରଗଡରୁ ୬୪ ଓ ଷ୍ଟେଟପୁଲରୁ ୧୦୧ ଜଣ ସଂକ୍ରମିତ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୯୭୮୮କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୯୭୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୮୦୧୫ଟି ସକ୍ରିୟ ମାମଲା ରହିଛି ।

Leave a Reply

Your email address will not be published.