ସିମ୍ଲା: ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । ସେ କରୋନା ସଂକ୍ରମିତ ହେବା ପରେ ସିମ୍ଲାସ୍ଥିତ ଆଇଜିଏମସିରେ ଚିକିତ୍ସିତ ହେଉଥିଲେ।ସକାଳ ୩.୪୦ରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଲହରି ଖେଳିଯାଇଛି। ତାଙ୍କୁ ପ୍ରାୟ ଅଢେଇ ମାସ ହେବ ଆଇଜିଏମସିରେ ଭର୍ତ୍ତି କରାଯାଇଥିଲା।
ବୀରଭଦ୍ର ସିଂହ ୨୩ ଜୁନ୍ ୧୯୩୪ରେ ଜନ୍ମଗ୍ରହଣ କରିଥିଲେ । ବୀରଭଦ୍ର ସିଂହ ଛଅ ଥର ହିମାଚଳର ମୁଖ୍ୟମନ୍ତ୍ରୀ ଥିଲେ। ୟୁପିଏ ସରକାରରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପରିଚାଳନା କରିଥିଲେ। ଏହା ବ୍ୟତୀତ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟ ରହିଥିଲେ।