କରୋନା ମୃତ୍ୟୁ ସଂଖ୍ୟାରେ ଭାଙ୍ଗିଲା ରେକର୍ଡ, ରାଜ୍ୟରୁ ଗଲା ୬୧ ଜୀବନ

ଭୂବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ତାର ସବୁ ରେକର୍ଡ ଭାଙ୍ଗିଛି । ଏବେ ଧିରେ ଧିରେ ଭୟାନକ ରୂପ ନେଉଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ପୁଣି ରାଜ୍ୟରେ ୬୧ ଜଣଙ୍କର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି ।ଯାହାର ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଛି ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରାଜ୍ୟ ବାସୀ ରହିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏବେ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୪୭୬କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published.