ଭୂବନେଶ୍ବର,(ନାଗରାଜ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୩୩୪ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୪୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୯୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ଆଜି ଅନୁଗୋଳ ଜିଲ୍ଲାରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୧୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୨, ଗଞ୍ଜାମରୁ ୬, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୯,କନ୍ଧମାଳରୁ ୨୯, କେନ୍ଦୁଝରରୁ ୫୧, କୋରାପୁଟରୁ ୧୯, ମାଲକାନଗିରିରୁ ୧୩, ନବରଙ୍ଗପୁରରୁ ୭, ନୂଆପଡ଼ାରୁ ୩,ରାୟଗଡ଼ାରୁ ୩୮,ସମ୍ବଲପୁରରୁ ୨୧,ସୋନପୁରରୁ ୧୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩୮୦ ଜଣ ଥିବା ବେଳେ କଟକରୁ ୩୭୧, କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ ୧୭୯, ବାଲେଶ୍ୱରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬ ମୟୂରଭଞ୍ଜରୁ ୧୦୪, ଜଗତସିଂହପୁରରୁ ୧୦୧ ଓ ନୟାଗଡ଼ରୁ ୯୪ ଜଣ ଅଛନ୍ତି । ସେହିପରି ଷ୍ଟେଟ୍ ପୁଲ୍ରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୯,୩୭,୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହିତ ଆଉ ୩୩୪୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିଲା ବେଳେ ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୯,୦୬,୫୧୯ ରେ ପହଞ୍ଚିଛି । ରାଜ୍ୟରେ ଏବେ ୨୬,୩୬୪ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସା ହେଉଥିବା ବେଳେ ୧,୪୪,୯୦,୦୨୧ ମୋଟ ଟେଷ୍ଟ କରାଯାଇଛି ।