ଦ୍ବାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ନେଇ ସିଏଚ୍‌ଏସସି ଦ୍ୱାରା ବିଜ୍ଞପ୍ତି ଜାରି

ଭୂବନେଶ୍ବର: ଦ୍ବାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ନେଇ ସିଏଚ୍‌ଏସସି ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଲେଜଗୁଡିକ ପ୍ରାକ୍ଟିକାଲ୍ ରେକର୍ଡ ଉପରେ ଆଧାରିତ ପ୍ରାକ୍ଟିକାଲ୍ ପେପରରେ ମାର୍କ ପ୍ରଦାନ ପ୍ରାକ୍ଟିକାଲ୍ କ୍ଲାସରେ ନିୟମିତ ଆଇବୋରେଟୋରୀ କାର୍ଯ୍ୟ ପରୀକ୍ଷଣରେ ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ତିନିବର୍ଷର ହାରାହାରି ମାର୍କ ଆଧାରରେ ମୂଲ୍ୟାୟନ ହେବ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଏହି ମାର୍କ ଆଧାରରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ୨୦୨୧ ପାଇଁ ପ୍ରାକ୍ଟିକାଲ୍ ପେପରରେ ମାର୍କ ପ୍ରଦାନ ପ୍ରକ୍ରିୟା ଉପରେ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରିଛନ୍ତି । ପ୍ରାକ୍ଟିକାଲ୍ ପେପର ପାଇଁ ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କ କାର୍ଯ୍ୟଦକ୍ଷତା ଭିତ୍ତୀରେ ପ୍ରଦାନ କରାଯିବ । ତେବେ ଗତକାଲି ରାଜ୍ୟ ଗଣଶିକ୍ଷ ମନ୍ତ୍ରୀ ସମିର ରଞ୍ଜନ ଦାଶ କହିଛନ୍ତିଯେ, ଜୁଲାଇ ୩୧ ସୁଦ୍ଧା +୨ ପରୀକ୍ଷା ଫଳ ଘୋଷଣା ହେବାର ସମ୍ଭାବନା ଅଛି । 

Leave a Reply

Your email address will not be published.