ଭୂବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ଆଜି ଆସ୍ବସ୍ତିଜନକ ଖବର ସାମ୍ନାକୁ ଆସିଛି । ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ୨ ହଜାର ତଳକୁ ଖସିଛି । ଗତ ୨୪ ଗଣ୍ଟାରେ ୧୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ୯,୪୧,୭୪୫ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୧୯୯୩ ସଂକମିଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୩୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୮୨୪ ଜଣ ସୁସ୍ଥ ହୋଇଛନ୍ତି ।
ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୭, ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪, ଜଗତସିଂହପୁରରୁ ୮୯, ଭଦ୍ରକରୁ ୮୬, ଢେଙ୍କାନାଳରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୁଳରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ବରଗଡ଼ରୁ ୧୯, ବଲାଙ୍ଗୀରରୁ ୧୩, ବୌଦ୍ଧରୁ ୧୦, , ଦେବଗଡ଼ରୁ ୫, , ଗଜପତିରୁ ୫, ଗଞ୍ଜାମରୁ ୧୩, , ଯାଜପୁରରୁ ୧୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୫, କୋରାପୁଟରୁ ୩୧, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୧୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୭୮, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ଷ୍ଟେଟ୍ପୁଲର ସଂଖ୍ୟା ୫୯ ରହିଛି ।