ନୂଆଦାଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ଭାରତ ବାୟୋଟେକର କରୋନା ଟିକା ‘କୋଭାସ୍କିନ’କୁ ଖୁବ ଶୀଘ୍ର ମିଳିପାରେ ସ୍ଥାନ । ଭାରତ ବାୟୋଟେକ ଟୁଇଟ କରି କହିଛି ଯେ, କୋଭାସ୍କିନର ଜରୁରୀକାଳନୀ ବ୍ୟବହାର ଲିଷ୍ଟିଂରେ ସାମିଲ ହେବାକୁ ସମସ୍ତ ଜରୁରୀକାଳୀନ ପ୍ରମାଣପତ୍ର ଗତ ୯ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଦାଖଲ କରାଯାଇଛି ।
ଏହାସହିତ କମ୍ପାନୀ ଜରୁରୀକାଳନୀ ବ୍ୟବାହର ତାଲିକା ଇୟୁଏଲରେ ସାମିଲ ହେବା ପାଇଁ ଦାଖଲ କରିଛି । କୋଭାସ୍କିନକୁ ଖୁବ ଶୀଘ୍ର ତାଲିକାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଇୟୁଏଲ ତାଲିକାରେ ଯୋଡ଼ିବା ନେଇ କମ୍ପାନୀ ଆଶା ପୋଷଣ କରିଥିବା କହିଛି । ଏହାପରେ ଆଶା କରାଯାଉଛିଯେ, କୋଭାସ୍କିନକୁ ଖୁବ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ତାଲିକାରେ ସାମିଲ କରାଯାଇପାରେ ।
ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ କହିଥିଲେଯେ, ଭାରତ ବାୟୋଟେକ ର କୋଭାସ୍କିନକୁ ଜରୁରୀକାଳୀନ ବ୍ୟବହାରର ତାଲିକାରେ ସାମିଲ କରିବା ଲାଗି ୪ରୁ ୬ ସପ୍ତାହରେ ନିଷ୍ପତ୍ତି ହୋଇପାରେ ।