ଆବାସ ଯୋଜନା ଗୃହ ନେଇ ବିଡିଓଙ୍କ ପାଖେ ଅଭିଯୋଗ କଲେ ହିତାଧିକାରୀ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ବିଡିଓଙ୍କୁ ଅଭିଯୋଗ କଲେ ହିତାଧିକାରୀ । ସରକାର ଗରିବ, ଖଟିଖିଆ ଓ ନିରାଶ୍ରୟ ଲୋକଙ୍କୁ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି । ଗୃହ ନିର୍ମାଣ ପାଇଁ ସରକାର ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରେ ଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଗଣମାଧ୍ୟମର ପ୍ରଚାର ପ୍ରସାରରୁ ଜାଣିବାକୁ ମିଳେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତ କୁମ୍ଭକା ଗ୍ରାମରେ । ହିତାଧିକାରୀ ତୁଳସୀ ପାତ୍ର ଜଣେ ଗରିବ, ଖଟିଖିଆ ଓ ନିରାଶ୍ରୟ ହରିଜନ ଶ୍ରେଣୀର ଲୋକ ।

ଦୀର୍ଘଦିନ ଧରି ଭଙ୍ଗା ଚାଳଛପର ଘରେ ରହୁଛନ୍ତି । ଗତ ବାତ୍ୟାରେ ଚାଳଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଏହାପରେ ତୁଳସି ବହୁ କଷ୍ଟରେ ପୁଣି ଥରେ ଚାଳଛପର ଘରଟିଏ ନିର୍ମାଣ କରିଥିଲେ । ଏବେ ବହୁ କଷ୍ଟରେ ପରିବାର ସହିତ ରହୁଛନ୍ତି ତୁଳସି । ଦୁଃଖର ବିଷୟ ଏହାଯେ, ବାତ୍ୟାରେ ଘର ଭାଙ୍ଗିଗଲା ଅଥଚ ପଲିଥିନ ଖଣ୍ଡେ ପାଇଲେ ନାହିଁ ତୁଳସି, ଏନେଇ ବିଡିଓଙ୍କ ପାଖରେ କରିଥିବା ଅଭିଯୋଗ ସମ୍ପର୍କରେ ତୁଳସୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.