ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ସେପ୍ଟେମ୍ବରରୁ କରୋନା ଟିକା ସ୍ପୁଟ୍ନିକ୍ ଭି ଉତ୍ପାଦନ ଆରମ୍ଭ

ନୂଆଦିଲ୍ଲୀ: ସେପ୍ଟେମ୍ବରରୁ କରୋନା ଟିକା ସ୍ପୁଟ୍ନିକ୍ ଭି ଉତ୍ପାଦନ ଆରମ୍ଭ ହେବ ବୋଲି ରୁଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଏଫ୍) ର ସିଇଓ କିରିଲ ଡିମିଟ୍ରିଭ କହିଛନ୍ତି ।ଭାରତର ସର୍ବ ବୃହତ ଟିକା ଉତ୍ପାଦନକାରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାର ଉତ୍ପାଦନ କରିବ ।ବିଶ୍ୱରେ ସର୍ବବୃହତ ଟୀକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ବାର୍ଷିକ ୩୦୦ ନିୟୁତ ଡୋଜ ଉତ୍ପାଦନ କରିବା ପାଇଁ ଚୁକ୍ତି ହୋଇଛି । ସେ କହିଛନ୍ତିଯେ, ଭାରତରେ ଏହି ଟିକା ଉତ୍ପାଦନ ପାଇଁ ଅନ୍ୟ କେତେକ ଉତ୍ପାଦନ ମଧ୍ୟ ପ୍ରସ୍ତୁତ ବୋଲି ସେ ସୂଚନା ଦେଇଛନ୍ତି।

ଆରଡିଏଫ୍ ଏକ ବିବୃତ୍ତିରେ କହିଛିଯେ, ରୁଷର ଗାମାଲିଆ କେନ୍ଦ୍ରରୁ ସେରମ୍ ଇନଷ୍ଟିଚ୍ୟୁଟ୍ ସେଲ୍ ଏବଂ ଭେକ୍ଟର ନମୁନା ଗ୍ରହଣ କରିଛି । ତେବେ ହାଇଦ୍ରାବାଦ ଭିତ୍ତିକ ଡ. ରେଡ୍ଡୀଙ୍କ ଲାବୋରେଟୋରୀ ପ୍ରଥମେ ଭାରତରେ ଏହି ଟିକା ବଣ୍ଟନ ଏବଂ ପରେ ନିଜେ ଉତ୍ପାଦନ କରିବା ପାଇଁ ରୁଷର ନିର୍ମାତାମାନଙ୍କ ସହ ଏକ ଚୁକ୍ତି କରିଥିଲା ଏବଂ ଦେଶର ୫୦ ଟି ସହରରେ ଏହି ଟିକା ଏବେ ଉପଲବ୍ଧ କରାଉଛି।

Leave a Reply

Your email address will not be published.