ଆଜି ପୁଣି ୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି ବଢୁଛି । ଦୁଇ ଦିନ ତଳେ ୨ ହଜାର ତଳକୁ ଖସିଥିବା ସଂକ୍ରମଣ ହାର ଆଜି ପୁଣି ୨ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟାରେ ୨୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ହୋଇଥିବା ୨୧୧୦ ସଂକମିତଙ୍କ ମଧ୍ୟରୁ ୧୨୧୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୭,୮୫୯ ରେ ପହଞ୍ଚିଛି ।

ତେବେ ଖୋର୍ଦ୍ଦାରୁ ୪୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୧୯, ମାଲକାନଗିରିରୁ ୨୨, ମୟୂରଭଞ୍ଜରୁ ୯୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୪, ନୁଆପଡାରୁ ୨, ପୁରୀରୁ ୧୧୩, ରାୟାଗଡା ୨୯, ଅନୁଗୋଳରୁ ୪୬, ବାଲେଶ୍ୱରର ୧୬୮, ବରଗଡରୁ ୧୪, ଭଦ୍ରକରୁ ୭୯, ବଲାଙ୍ଗୀରରୁ ୧୩, ବୌଦ୍ଧରୁ ୧୬, କଟକରୁ ୩୨୩, ଦେଓଗଡରୁ ୫, ଢେଙ୍କାନାଳରୁ ୩୫, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତ୍ସିଂହପୁରରୁ ୬୭, ଯାଜପୁରରୁ ୯୨, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୧୩୨, କେଉଁଝରରୁ ୬୬, ସମ୍ବଲପୁରରୁ ୧୯, ସୋନପୁରରୁ ୪, ସୁନ୍ଦରଗଡରୁ ୬୨ ଏବଂ ରାଜ୍ୟପୁଲ୍‌ରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.