ମୃତ୍ୟୁର ତାଣ୍ଡବ ଚରୁଛି ମହାମାରୀ, ୨୪ ଘଣ୍ଟାରେ ଗଲା ୬୬ ଜୀବନ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରୁ ସାମାନ୍ୟ ଆସ୍ବସ୍ତି ମିଳିଥିବାବେଳେ ଅନ୍ୟପଟେ ମହାମାରୀ ମୃତ୍ୟୁର ତାଣ୍ଡବ ରଚିଛି । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬୧ରେ ପହଁଞ୍ଚିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୧ ଜଣ ମୃତ୍ୟୁ ବରଣ କରିଥିବା ବେଳେ ସୁନ୍ଦରଗଡ଼ ଓ ବରଗଡ଼ରୁ ୧୦ ଜଣ ଲେଖାଏଁ, ବାଲେଶ୍ବରରୁ ୮, ସମ୍ବଲପୁରରୁ ୭, ମୟୂରଭଞ୍ଜ ଓ ଭଦ୍ରକରୁ ୨ ଜଣ, ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, କଟକ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । 

Leave a Reply

Your email address will not be published.