୧ ମାସ ମଧ୍ୟରେ ଦୁଇ ଥର ବିଲୁପ୍ତପ୍ରାୟ ଡଲଫିନ ମୃତ ଦେହ ଉଦ୍ଧାର

ପାରାଦ୍ବୀପ: ପାରାଦ୍ବୀପ ଉପକୂଳରୁ ଆଉ ଏକ ମୃତ ଡଲଫିନର ମୃତ ଦେହ ଉଦ୍ଧାର ହୋଇଛି । ଏହି ଡଲଫିନକୁ ଭାରତୀୟ ମହାସାଗରରେ କ୍ୱଚିତ୍ ଦେଖିବାକୁ ମିଳେ । ଏହି ବିଲୁପ୍ତପ୍ରାୟପ ପ୍ରଜାତି ଲଙ୍ଗ ସ୍ନାଉଟେଡ୍ ସ୍ପିନର ଡଲଫିନ୍ (ଷ୍ଟେନେଲା ଡଲଫିନ୍) ୫’ଫୁଟ୍ ୬ଇଞ୍ଚ “ଲମ୍ବା ଡଲଫିନର ଓଜନ ପ୍ରାୟ ୫୦ କିଲୋଗ୍ରାମ ହେବ ବୋଲି ସୂଚନା ମିଳିଛି ।

୧୫ ଦିନ ତଳେ ପାରାଦୀପ ବନ୍ଦରର ଗେଟ୍ ନମ୍ବର ୫ ନିକଟରେ ଥିବା ହନୁମାନ ମନ୍ଦିର ପଛରେ ଥିବା ଏକ ପୁରୁଷ ଷ୍ଟେନେଲା ଡଲଫିନ୍ ମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି ପାରାଦୀପ ବିଶୋଧନାଗାର ଦକ୍ଷିଣ ଗେଟ୍ ନିକଟରୁ ଏକମହିଳା ଷ୍ଟେନେଲା ଡଲଫିନ୍ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ଗୋଟେ ମାସ ମଧ୍ୟରେ ଦୁଇ ଥର ବିଲୁପ୍ତପ୍ରାୟ ଡଲଫିନ ମୃତ ଦେହ ଉଦ୍ଧାର ହୋଇଛି । ଏହି ଖବର ପାଇବା ପରେ କୁଜାଙ୍ଗ ଜଙ୍ଗଲ ଅଧିକାରୀମାନେ ଡଲଫିନ୍ ପୋଷ୍ଟମର୍ଟମ ପାଇଁ ନେଇଥିଲେ।

ଏହି ପ୍ରଜାତିର ଡଲଫିନ୍ ବ୍ରାଜିଲ ଏବଂ ଫ୍ରାନ୍ସ ଭଳି ଦେଶରେ ଦେଖିବାକୁ ମିଳେ। ଗତ ୧୫ ଦିନ ମଧ୍ୟରେ ଦୁଇଟି ବିରଳ ଡଲଫିନ୍ ମୃତ୍ୟୁର କାରଣ ଜଣାପଡି ନାହିଁ, କିନ୍ତୁ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଜଙ୍ଗଲ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published.