ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଚଳିତ ବର୍ଷ ପ୍ରକାଶ ପାଇଲା ଏକାଡେମିକ୍ କ୍ୟାଲେଣ୍ଡର । ଏହାସହ ନୂତନ ଆଡମିଶନ ପାଇଁ ପରୀକ୍ଷା ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧, ୨୦୨୧ ରୁ ନୂତନ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବ ବୋଲି ନିର୍ଦେଶ ରହିଛି । ଜୁଲାଇ ୧୬, ୨୦୨୧ ରେ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆୟୋଗ ସୂଚାଇ ଦେଇଛନ୍ତିଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୩୧, ୨୦୨୧ ସୁଦ୍ଧା ସମସ୍ତ ରାଜ୍ୟ ବୋର୍ଡର ଫଳାଫଳ ତଥା ସିବିଏସ୍ଇ ଏବଂ ଆଇସିଏସ୍ଇ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ଏହାପରେ କିମ୍ବା ଅଗଷ୍ଟ ୧,୨୦୨୧ ରୁ ଆଡମିଶନ ପ୍ରକ୍ରୀୟା ଆରମ୍ଭ ହେବ ।
ଏହସହିତ ବିଜ୍ଞପ୍ତିରେ କୁହାଯାଇଛିଯେ, ସେପ୍ଟେମ୍ବର ୩୦, ୨୦୨୧ ସୁଦ୍ଧା ଆଡମିଶନ ପ୍ରକ୍ରିୟା ଶେଷ କରିବାକୁ ଏବଂ ଅକ୍ଟୋବର ୧, ୨୦୨୧ ରୁ ନୂତନ ବର୍ଷର ପାଠପଢା ଆରମ୍ଭ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲିଥିବା ସିଟ୍ ପୂରଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧। ଶିକ୍ଷାବର୍ଷ କ୍ୟାଲେଣ୍ଡର ବ୍ୟତୀତ, ୟୁଜିସି ଏହା ମଧ୍ୟ କହିଛି ଯେ ମହାମାରୀକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟଗୁଡ଼ିକ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆଡମିଶନ ପ୍ରତ୍ୟାହାର ପାଇଁ କୌଣଷି ବାତିଲ ଶୁଳ୍କ ଆଦାୟ କରିବେ ନାହିଁ ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଗଷ୍ଟ ୩୧, ୨୦୨୧ ସୁଦ୍ଧା ବିଶ୍ୱବିଦ୍ୟାଳୟଗୁଡ଼ିକ ଅନ୍ତିମ ବର୍ଷ ବା ସେମିଷ୍ଟାର ପରୀକ୍ଷା ସମାପ୍ତ କରିବାକୁ କୁହାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟ ଆଡମିଶନ ୨୦୨୧ ପାଇଁ, ୟୁଜିସ କହିଛିଯେ, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ସିବିଏସଇ, ଆଇସିଏସଇ ଏବଂ ଅନ୍ୟାନ୍ୟ ରାଜ୍ୟ ଗୁଡିକର ଦ୍ୱାଦଶ ପରିକ୍ଷା ଫଳ ପ୍ରକାଶନ ପରେ ଆରମ୍ଭ ହେବ ।