ରାଜ୍ୟରେ ଆସନ୍ତା ୨୬ରୁ ଖୋଲିବ ସ୍କୁଲ

ଭୂବନେଶ୍ବର: ରାଜ୍ୟରେ ଆସନ୍ତା ଜୁଲାଇ ୨୬ ତାରିଖରୁ ଖୋଲିବ ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଶୀ ପିଲାମାନଙ୍କ ପାଇଁ ଖୋଲିବ ସ୍କୁଲ । ଜୁଲାଇ ୨୬ରୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ବିଦ୍ୟାଳୟ ଗୁଡିକ ସକାଳ ୧୦ ଟାରୁ ଅପରାହ୍ନ ୧.୩୦ ଯାଏଁ ହେବ କ୍ଲାସ୍ । 

ସ୍କୁଲ ଆସିବା ସମ୍ପୂର୍ଣ୍ଣ ଭାବରେ ପିଲାମାନଙ୍କ ଇଚ୍ଛାଧିନ ରହିବ । ଅବିଭାବକ ମାନଙ୍କ ସହିତ ଆଲୋଚନା କରି ପିଲାମାନେ ସ୍କୁଲ କୁ ଆସିପାରିବେ । ସମସ୍ତ କୋଭିଡ୍ ନିୟମର ଅନୁପାଳନ କରି ସ୍କୁଲ ଖୋଲିବ । ଯେଉଁ ବିଦ୍ୟାଳୟ ଗୁଡିକରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ସେଣ୍ଟର ହେବାକୁ ଯାଉଛଇ ସେହି ସ୍କୁଲ ଗୁଡିକ ପରୀକ୍ଷା ସରିବା ପରେ ଖୋଲିବା ପାଇଁ ନିଷ୍ପତି । ଏହାସହିତ କୌଣସି ଜିଲ୍ଲାରେ ସଂକ୍ରମଣ ବଢିବାର ସମ୍ଭାବନା ଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ସ୍କୁଲ ଖୋଲିବା ଓ ନଖୋଲିବା ନେଇ ନିଷ୍ପତି ନେଇପାରିବେ ।

Leave a Reply

Your email address will not be published.