ସୋମବାର ଠାରୁ ରାଜ୍ୟରେ ଗଡିବ ବସ୍

ଭୂବନେଶ୍ବର: ରାଜ୍ୟରେ ଗଡିବ ଏଥର ବସ୍ । ଆସନ୍ତା ସୋମବାର ଠାରୁ ବିଭିନ୍ନ ରୁଟରେ ବସ ଚଳାଚଳ ସହଜ ହେବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ସବୁ ଘରୋଇ ବସ ଚାଲିବ ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

କରୋନା କଟକଣା ଗତ ଶୁକ୍ରବାରଠାରୁ କୋହଳ ହୋଇଥିଲେ ଘରୋଇ ବସ୍ ମାଲିକ ସଂଘ ବିଭିନ୍ନ ଦାବିରେ ବସ୍ ଚଳାଚଳ ବନ୍ଦ ରଖିଥିଲେ । ଶୁକ୍ରବାର କୌଣସି ବସ୍ ଚଳପ୍ରଚଳ ହୋଇନଥିଲା । ଆଜି ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ସୋମବାରଠାରୁ ବସ ଚଳାଚଳ କରିବ ବୋଲି ସଂଘ ନିଷ୍ପତ୍ତି ନେଇଛି । ସରକାରଙ୍କ ସହ ଆଲୋଚନା ସଫଳ ହୋଇଛନ୍ତି । ସରକାରଙ୍କ ସେମାନଙ୍କ ଦାବି ଉପରେ ଆଲୋଚନା କରି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି ।

Leave a Reply

Your email address will not be published.