ବିଜେଡିରେ ଯୋଗଦାନ ଦେଲେ ପୁରୁଣା ବିଜେପି ଯୁବ କର୍ମୀ

ପାଟଣାଗଡ: ପଞ୍ଚାୟତ ନିର୍ବାଚନ  ପାଖେଇ ଆସୁଥିବା ବେଳେ  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ଯଳୟରେ ଏନଏସି ୬ ନମ୍ବର ୱାର୍ଡ ସଆଁରାପଡା ଓ ଏଲଆଇସି କଲୋନିର ପୂରୁଣା ଯୁବ ବିଜେପି କର୍ମୀ ବିଜେଡିରେ ଯୋଗଦାନ ଦେଇଥିବା ଜଣାପଡିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବିଭୁତି ଜୁଏଡ଼ ଓ ମଣ୍ଟୁ ଜାଳଙ୍କ ନେତୃତ୍ୱରେ ପାଟଣାଗଡ଼ ଏନଏସି ର ୬ ନମ୍ବର ୱାର୍ଡ଼ର ୫୦ ଜଣ ବିଜେପି କର୍ମକର୍ତ୍ତା ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ ଦେଇଥିବା ସୂଚନାମିଳିଛି। ଏହି ମିଶ୍ରଣ ପର୍ବ କାର୍ଯ୍ଯକ୍ରମରେ ପ୍ରକାଶ ଧୁବଳ, ଲିପୁ ଭୋଇ, ସୁରେନ ସା, ରିବୁ କରୁଆଁ, ଆଲୋକ ବିଶି, ଧୁମା ନାଏକ, ସୁରଥ କୁଦେଇ, ନିତିଆ ସବର, ନିରଞ୍ଜନ ସ୍ବର, ସନୁ ବୁଡେକ, ଅନନ୍ତ ସେଠ, ଡାକ୍ତର ବାଗ ପ୍ରମୁଖ ଯୋଗଦାନ ଦେବା ସହ ଦଳୀୟକର୍ମୀ ସୁକୁମାର ବାରିକ, ପ୍ରଫୁଲ୍ଲ ମେହେର, ବାଦଳ ମିଶ୍ର ଓ କୁନା ସେଠ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇଥିଲେ।

Leave a Reply

Your email address will not be published.