ପୁରୀରୁ ହଟିଲା ୧୪୪ ଧାରା

ପୁରୀ: ଆଜି ପୁରୀ ସହରରୁ ହଟିଛି ୧୪୪ ଧାରା । ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଓ ୧୪୪ ଧାରା ଲାଗୁ କରାଯାଇଥିଲା । ଏବେ ବାହୁଡା ଯାତ୍ରା ଶେଷ ହେବା ପରେ ସହରରୁ ୧୪୪ ଧାରା ହଟିଛି ।  ରଥଯାତ୍ରା ଶେଷ ହୋଇଥିବା ବେଳେ ସହରରେ ଲାଗୁ କରାଯାଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି । 

କିନ୍ତୁ ମନ୍ଦିର ନିକଟବର୍ତ୍ତୀ ଗଳି ଓ ମାର୍କେଟ ଛକରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ବୁଧବାର ମହାପ୍ରଭୁଙ୍କ ନୀତିକାନ୍ତି ସୁନାବେଶ ସହ ଅଧର ପଣା ଓ ନୀଳାଦ୍ରି ବିଜେ ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ।

Leave a Reply

Your email address will not be published.