ଯନ୍ତ୍ରୀଙ୍କ ଦ୍ୱାରା ତରବରିଆ ଉଦଘାଟନ ଚାଷୀଙ୍କୁ ପଡିଲା ଭାରି

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ସରକାର କୃଷକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରିଚାଲୁଥିବା ବେଳେ ଏହା କେତେ ଫଳପ୍ରଦ ତାହାର ଏକ ଚିତ୍ର ଦେଖିବାକୁ ମିଳିଛି ଭୁବନ ଅଂଚଳରେ । ଉଦଘାଟନ ଗୋଟିଏ ସପ୍ତାହ ପୁରିନାହିଁ ଭାଙ୍ଗିଲା ରେଙ୍ଗାଳୀ ବାମ କେନାଲର ମାଇନର କେନାଲ । ଢେଙ୍କାନାଳ ଜିଲ୍ଲା
କାମାକ୍ଷାନଗର ଅନ୍ତର୍ଗତ ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟୁବ୍ୟୁଟାରି କେନାଲରେ ଘାଈ । ଭୁବନ ବ୍ଲକ
ଧଳପଡା ଗାଁର ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ସୃଷ୍ଟି ହୋଇଛି । ଫଳରେ ପାଣି ମାଡିଯାଇ ଏକର ଏକର
ଧାନ ଫସଲ ନଷ୍ଟ ହୋଇଛି । ନିମ୍ନମାନର କାମ ପାଇଁ ଘାଈ ହୋଇଥିବା ଚାଷି ଅଭିଯୋଗ କରୁଥିବା ବେଳେ ଅସମ୍ପୂର୍ଣ୍ଣ କେନାଲକୁ ଅତୀତର ବାରିଆ ଭାବେ ଓଡିଶା ସରକାରଙ୍କ ପୂର୍ତବିଭାଗ ମନ୍ତ୍ରୀଙ୍କ ଦ୍ୱାରା ଗତ ଜୁଲାଇ ୧୫ରେ କିଭଳି ଉଦଘାଟିତ କରାଗଲା ତାହା ନେଇ ସାଧାରଣ ପ୍ରଶ୍ନ ଉଠୁଛି ।

ତେବେ ୫୦ଭାଗ କାମ ଶେଷ ହୋଇ ନଥିଲେ ବି ତରବରିଆ ଭାବେ ପାଣି ଛାଡି ଦେଇଥିଲେ ରେଙ୍ଗାଲି ବାମ କେନାଲର ମୁଖ୍ୟ ଯନ୍ତ୍ରୀ । ଧଳପଡା ପଂଚାୟତର ଅନଳ ଗ୍ରାମ ନିକଟରୁ ବାହାରିଛି କୁନିନ୍ଦା ଡିଷ୍ଟ୍ରି ବ୍ୟୁଟାରୀ ଯାହାକି ଧଳପଡା ପଞ୍ଚାୟତର ଅନଳ ମଝିପାଳ ଦର୍ଜନୀ ଯୋଡ଼ାଗଡ଼ିଆ କୁନିନ୍ଦା ପଂଚାୟତର କୁମୁରୁସିଂହ କେନ୍ଦୁପଡା କୁନିନ୍ଦା ଓ ରେନନ୍ଦ ପାଟଣାର ଚାଷୀଙ୍କ ଜମିକୁ ପାଣି ଯୋଗାଇବ । ଡୁବୁରୀ ଡିଭିଜନର ତତ୍ୱାବଧାନ ହେଉଥିବା କେନାଲ କାମ ନିମ୍ନ ମାନର ହୋଇଥିବାରୁ ତାହା ଉଦଘାଟନ ର ତୃତୀୟ ଦିନରେ ଭାଙ୍ଗିଯାଇଥିବା ଦେଖାଯାଇଥିବାର ଅଭିଯୋଗ ହୋଇଛି । ତେବେ ସରକାରୀ ଡ୍ୟାମ ଚାଷୀ ମାନଙ୍କୁ ପାଣି ଯୋଗାଇବା ପରିବର୍ତ୍ତେ ଚାଷୀ ଜମି ନଷ୍ଟ କରିବା ନିଶ୍ଚୟ ନିନ୍ଦନୀୟ ଘଟଣା ଏବଂ ସରକାର ଏ ନିମନ୍ତେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published.