ନିଜ ଉପରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୋନାଲି, ଅଗଷ୍ଟ ୩ରେ ହେବ କାଉଁସିଲିଂ

ଭୂବନେଶ୍ବର: ସ୍ବାମୀକୁ ସ୍ତ୍ରୀର ନିର୍ଯାତନା । ଏହି ଘଟଣା ସମ୍ନାନା କୁ ଆସିବା ପରେ ଆଜି ମୁହଁ ଖୋଲିଛନ୍ତି ସ୍ତ୍ରୀ ସୋନାଲି । ସ୍ଵାମୀ ଓ ଶାଶୁ ଏକାଠି ନିର୍ଯାତନା ଦେଉଥିବା କହିଛନ୍ତି ସ୍ତ୍ରୀ । ଏପରିକି ଶାଶୁ ମେଡ଼ିସିନ୍ ଦେଇ ଗର୍ଭପାତ କରିଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।  ଅପରପଟେ ସ୍ତ୍ରୀ ର ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସ୍ବାମୀ ମୋହିତ ଶର୍ମା । ସେପଟେ ଆଜି ମହିଳା ଥାନାରେ ଉଭୟଙ୍କ କାଉଁସିଲିଁ  କରାଯାଇଥିଲେ ମଧ୍ୟ ସେଭଳି କୌଣସି ସୁଫଳ ମିଳିନାହିଁ । 

ସୋନାଲି  ଅଭିଯୋଗ କରିଛନ୍ତି ସେ ନୁହେଁ ବରଂ ସ୍ଵାମୀ ଓ ଶାଶୁ ଏକାଠି ନିର୍ଯାତନା ଦେଉଛନ୍ତି । ବାହାଘରର କିଛିଦିନ ସମ୍ପର୍କ ଠିକ ଥିଲା। ବାପ ଘର ଟଙ୍କା ନ ଦେବାରୁ ଆରମ୍ଭ ହେଲା ନିର୍ଯ୍ୟାତନା। ମୋ ଦେହେରେ ରହିଥିବା ଟାଟୁ ବିଷୟରେ ମୋହିତ ବିବାହ ପୂର୍ବରୁ ଜାଣିଥିଲେ। ମୋହିତଙ୍କ ଉପସ୍ଥିତିରେ ଟାଟୁକୁ ଲିଭାଇ ଦେଇଛି । ସ୍ତ୍ରୀ ହିସାବରେ ସବୁ ପ୍ରକାର ବୁଝାମଣା କରିବାକୁ ଚେଷ୍ଟା କରିଛି । ମାତ୍ର ମୋହିତଙ୍କ ପରିବାର ମୋତେ ଅଜଣା ମେଡ଼ିସିନ ଖାଇବାକୁ ଦେଇ ମୋର ଗର୍ଭପାତ କରାଇଥିବା ଅଭିଯୋଗ ଆଣିଛନ୍ତି ସୋନାଲି ।  ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ସ୍ଵାମୀ ମୋହିତ ।

ଏପରିକି ସ୍ତ୍ରୀଙ୍କ ଗର୍ଭରେ ରହିଥିବା ଛୁଆ ମୋର ନୁହେଁ ବୋଲି ପାଲଟା ଅଭିଯୋଗ କରିଛନ୍ତି । ଉଭୟ ସ୍ଵାମୀ ସ୍ତ୍ରୀ କଳି ଆଜି ପହଞ୍ଚି ଥିଲା ମହିଳା ଥାନାରେ । ଉଭୟକୁ ଆଜି କାଉନସିଲିଂ ସମୟରେ ସାମ୍ନା ସାମ୍ମନି ହେଇଥିଲେ । ଆଜି ଉଭୟଙ୍କ ଅଭିଯୋଗ ଶୁଣିଥିଲେ କାଉନସିଲିଂ କରୁଥିବା ଅଧିକାରି । ମାତ୍ର ଉଭୟ ପରଷ୍ପର ବିରୋଧରେ ମନୋମଳିନ୍ୟ ଯୋଗୁଁ ସେଭଳି କୌଣସି ସୁଫଳ ମିଳିନଥିବାରୁ ପରବର୍ତ୍ତୀ କାଉଁସିଲିଂ ଅଗଷ୍ଟ ୩ ତାରିଖକୁ ରହିଛି । ଯେଉଁଥିରେ ଉଭୟଙ୍କ ପରିବାର ଲୋକେ ଉପସ୍ଥିତ ରହିବେ ।  ଜ୍ବାଇଁଙ୍କୁ ଅନେକ ସମୟରେ ଟଙ୍କା ପଇସା ଦେଇଛି । ଏପରିକି ଗ୍ୟାଙ୍ଗଟକ ବୁଲିବାକୁ ମଧ୍ୟ ଟଙ୍କା ଦେଇଛି । ଏହି ଘଟଣା ପରେ ସେପଟେ ନିଜ ଝିଅକୁ ଆଉ ଶଶୁର ଘରକୁ ପଠେଇବେ ନାହିଁ ବୋଲି ସିଧା କହିଛନ୍ତି ସୋନାଲିଙ୍କ ବାପା ।

Leave a Reply

Your email address will not be published.