ଏବେ ଚର୍ଚ୍ଚାରେ ଇଶାକ୍ ମୁଣ୍ଡା

ସମ୍ଵଲପୁର: ସମ୍ଵଲପୁର ଜିଲ୍ଲା ଯୁଯୋମୁରା ଆଦିବାସୀ ଅଞ୍ଚଳର ଇଶାକ୍ ମୁଣ୍ଡା ଏବେ ଚର୍ଚ୍ଚାରେ । ଲକ୍‌ଡାଉନରେ ଜୀବିକା ହରାଇ ଆରମ୍ଭ କରିଥିଲେ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ । ଏହାପରେ ପାରମ୍ପାରିକ ଆଦିବାସୀ ଜୀବନଶୈଳୀ ଓ ଖାଦ୍ୟପେୟକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରି ଏବେ ସେ ଲୋକପ୍ରୀୟତା ହାସଲ କରି ପାରିଛନ୍ତି ।

କେବଳ ସେତିକି ନୁହେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଇଶାକ୍ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି । ଇଶାକ୍ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୟୁଟ୍ୟୁବ୍ ଚ୍ୟାନେଲ କରି ନିଜର ପ୍ରତିଭା ଦେଖାଇ ଆଜି ସେ ପୁରା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହୋଇ ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଇଶାକ୍ ମୁଣ୍ଡା ମାର୍ଚ୍ଚ ୨୦୨୦ ରେ ୟୁଟ୍ୟୁବ୍ ରେ ଏକ ଚ୍ୟାନେଲ ଖୋଲିଥିଲେ । ଏଥିରେ ସେ ନିଜ ଲାଇଫ୍ ଷ୍ଟାଇଲ୍‌, ନିଜ ଗାଁ, ପରିବାରିକ ଚାଲିଚଳଣି, ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ଆଦି ଦେଖାଇଥିଲେ ଯାହା ପାଇଁ ତାଙ୍କୁ ଏତେ ମାତ୍ରାରେ ଲୋକପ୍ରୀୟତା ମିଳିପାରିଛି । ତାଙ୍କର ଏହି ଚିନ୍ତାଧାର ଆଜି ତାଙ୍କୁ ଇଣ୍ଟରନେଟ୍ ସେନସେସନ୍ କରିପାରିଛି ।

Leave a Reply

Your email address will not be published.