ମାଲକାନଗିରି: ପୁଣି ମାଲାକାନାଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁଫା ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯାହାଫଳରେ ଜଣେ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଅପରେସନରେ ସିଆରପିଏଫ୍ର ୧୫୦ ଓ ୧୩୧ ତମ ବାଟାଲିୟନ ଓ ଡିଆର୍ଜି ଏସ୍ଟିଏଫ୍ ସାମିଲ ଅଛନ୍ତି । ତେବେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି ।
ଆସନ୍ତା ୨୮ ତାରିଖରୁ ନକ୍ସଲଙ୍କ ସହିଦ ସପ୍ତାହ ପୂର୍ବରୁ ପୋଲିସର କମ୍ବିଂ ଜୋରଦାର କରିଛି । ଠିକ୍ ଏହି ସମୟରେ ଯବାନଙ୍କ ଉପରୁ ଗୁଳିମାଡ଼ କରିଥିଲେ ନକ୍ସଲ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏବେବି ଅଞ୍ଚଳକୁ ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରି ରହିଥିବା ସୂଚନା ମିଳିଛି ।