ଆଜିଠୁ ଖୋଲୁଛି ସ୍କୁଲ

ଭୂବନେଶ୍ବର: ରାଜ୍ୟରେ ଆଜିଠୁ ଖୋଲୁଛି ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣି ଛାତ୍ରଛାତ୍ରୀ ଆଜିଠୁ ଶ୍ରେଣୀଗୃହରେ ପାଠ ପଢିବେ । ଏହା ସହିତ ସ୍କୁଲ ଗୁଡିକରେ ଛାତ୍ରବାସ ଗୁଡିକ ମଧ୍ୟ ଆଜିଠୁ ଖୋଲିବ । ଏଥିପାଇଁ ସ୍କୁଲ ଗୁଡିକୁ ବିଶୋଧନ କରାଯାଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ପରିମାଣରେ ହ୍ୟାଣ୍ଡ ସାନିଟାଇଜର, ସାବୁନ ରଖିବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରିଙ୍କ ସହିତ ଯୋଗାଯୋଗରେ ରହିବେ । କୌଣଷି ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କଲେ ସେଠାରେ ତାଙ୍କର ଚିକିତ୍ସା କରାଯିବାକୁ ନିର୍ଦେଶ ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓରଇ(ଏସଓପି) ଲାଗୁ କରାଯାଇଛି । ଏହା ଅନୁଯାୟୀ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ବସିବାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ତେବେ ସ୍କୁଲ ଆସିବା ପୁର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପିତା ମାତାଙ୍କାଠାରୁ ଅନୁମତି ପତ୍ର ଆଣିବାକୁ ବାଧ୍ୟତା ମୂଳକ କରାଯାଇଛି । 

ତେବେ ଯେଉଁ ଛାତ୍ରାଛାତ୍ରୀ ମାନେ ସ୍କୁଲକୁ ଆସିପାରିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ପଢିବାକୁ ବ୍ୟବସ୍ଥା କରାଯାଇଛି । ତେବେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ଜିଲ୍ଲାକୁ ନୋଡାଲ ଅଫିସର ମାନଙ୍କୁ ପଠାଯାଇଛି । ତେବେ ସ୍କୁଲରେ ପିଲାମାନଙ୍କ ଆସ୍ଥାନ ବୃଦ୍ଧୀ ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି । 

Leave a Reply

Your email address will not be published.