ଟଳିନି କରୋନା ବିପଦ, ଆବଶ୍ୟକ ନପଡିବା ଯାଏଁ ଅନଲକ୍ ହେବନି ଭୂବନେଶ୍ବର

ଭୂବନେଶ୍ବର: ରାଜ୍ୟରେ କରୋନା ପ୍ରକୋପ ଏବେବି ଜାରୀ ରହିଛି । ଏଭଳି ସ୍ଥିତିରେ ଆଜି ରାଜ୍ୟର କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ଲୋକଙ୍କ ଯାତାୟତ ବଢୁଥିବାରୁ ରାଜଧାନୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବିପଦ ଟଳିନାହିଁ । ଅଧିକ ସଂକ୍ରମିତ ଜିଲ୍ଲା ଗୁଡିକ ଉପରେ ବିଶେଷ ଫୋକସ୍ ଦିଆଯାଉଛି । ଅନ୍ୟପଟେ ରାଜଧାନୀରେ କରୋନା ସଂକ୍ରମଣ ଆୟତକୁ ନଆସିବା ଯାଏଁ ସମ୍ପୂର୍ଣ୍ଣ ଅନଲକ୍ କରାଯିବା ସମ୍ଭବ ନୁହେଁ । ଏଥିସହିତ ଆବଶ୍ୟକ ନପଡିବା ଯାଏଁ ଭୁବନେଶ୍ୱରରେ ଅନଲକ୍ ହେବନି ବୋଲି ଆଜି ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଭଳି ସ୍ଥିତିରେ ସଂକ୍ରମଣ ତଳମୁହାଁ ହୋଇଥିଲେ ବି ବିପଦ କମିନାହିଁ । କିଛି ଜିଲ୍ଲା ଏବେବି ଡେଞ୍ଜର ଜୋନ୍ ରେ ରହିଛନ୍ତି । ଏହି ଜିଲ୍ଲା ଗୁଡିକର ସଂକ୍ରମଣ ହାର ପୁରା ରାଜ୍ୟବାସୀଙ୍କ ଭୟ ବଢାଇଛି ।

Leave a Reply

Your email address will not be published.