ଭୂବନେଶ୍ବର: ଜମି ଯୋଗଣରେ ବିଳମ୍ବ ହେତୁ କଳାହାଣ୍ଡି ଜିଲ୍ଲାରେ ଇଲେକ୍ଟ୍ରିକାଲ ଇଞ୍ଜିନ ମରାମତି କାରଖାନା ପ୍ରତିଷ୍ଠା ହୋଇପାରୁ ନାହିଁ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବାର କଥା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୪୭ % ଜମି ଦେଇଛନ୍ତି ରାଜ୍ୟ ସରକାର । ଜମି ଯୋଗଣରେ ବିଳମ୍ବ ହେତୁ ପ୍ରକଳ୍ପ ଆଗେଇ ପାରୁନଥିବା ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳମନ୍ତ୍ରୀ ଏହା କହିଛନ୍ତି । କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ତାଲିକାରେ ଆସୁଛି କଳାହାଣ୍ଡି । ସେଠାରେ କେନ୍ଦ୍ର ସରକାର ୨୦୧୭ -୧୮ ବଜେଟ ସମୟରେ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ।
ତେବେ ଏହି ଅବସରରେ ରାଜ୍ୟ ସରକାରଙ୍କୁ ଜମି ଯୋଗାଇ ଦେବାକୁ ସାଂସଦ ବସନ୍ତ ପଣ୍ଡା ଅନୁରୋଧ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନରଲ୍ଲାରେ ଏହି ପ୍ରକଳ୍ପ ହେଲେ ସେଠାକାର ଜନ ସାଧାରଣ ବହୁତ ଉପକୃତ ହେବେ ବୋଲି ସେ କହିଛନ୍ତି। ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ୩୨୮ ଏକ ର ମଧ୍ୟରୁ ରାଜ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୪୧ ଏକର ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ କେଦ୍ର ସରକାର ୧୮୭ କୋଟି ଖର୍ଚ୍ଚ କରିବେ। ପ୍ରକଳ୍ପ ର ଆନୁସଙ୍ଗିକ ବିକାଶ ପାଇଁ ବ୍ୟବହାର ୨୧ -୨୨ ଆର୍ଥିକ ବର୍ଷରେ ୩ କୋଟି ୨୮ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ।
।