କରୋନା ସ୍ଥିତିରେ ସୁଦ୍ଧାର ଆସିନି, ରାଜ୍ୟରେ ଅନଲକ୍ ହେବାର ଆଶା କମ୍: ସିବିକେ ମହାନ୍ତି

ଭୁବନେଶ୍ଵର: ରାଜ୍ୟରେ ଅନଲକ୍ ହେବ ନାହିଁ ଏଭଳି ପ୍ରତିକ୍ରୀୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି ।ଓଡ଼ିଶାରେ କରୋନା ସ୍ଥିତିରେ ଏବେ ଯାଏଁ ସୁଦ୍ଧାର ଆସିନି ଏଥିପାଇଁ ବର୍ତ୍ତମାନ ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ । ଡିଏମଇଟି ପୁଣି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ୫ ଶହ ଉପରେ ପିଜେଟିଭ୍ ସଂଖ୍ୟା ରହୁଥିଲା ।

ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ । ସେନେଇ କମିଟି ନିଷ୍ପତି ନେବେ ବୋଲି ଡିଏମଇଟି କହିଛନ୍ତି । ଏବେ ୪ ଶହରେ ପଜେଟିଭ ସଂଖ୍ୟା ରହିଛି । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ। ସେହିପରି ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ଵତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡି ୨ ଷ୍ଟ୍ରେନ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ । ଏହା ଆଗରୁ ଥିଲା ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

Leave a Reply

Your email address will not be published.