ରାଉରକେଲା: ରାଉରକେଲା ସହରରେ ଅଲୋଡ଼ା ନବଜାତ ଶିଶୁ ପୁତ୍ର ସେକ୍ଟର ୨୦ ଅଞ୍ଚଳର ବିଶ୍ରା ଖଟାଲର ରାସ୍ତା କଡରେ କ୍ଷତ ବିକ୍ଷତ ଅବ୍ୟବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକ ଓ ସମାଜସେବୀ ଦେବୀକା ମିଶ୍ର ଓ ତାଙ୍କ ସଂଗଠନର ସଦସ୍ୟ ମାନେ ନଜରକୁ ଆସିବା ପରେ ନବ ଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ଶିଶୁ ବିଭାଗକୁ ଅବଗତ କରାଇବା ସହ ୧୦୮ ଆମ୍ବୁଲାନ୍ସରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ସରକାରୀ ହସ୍ପିଟାଲରେ ନବ ଜାତ ଶିଶୁ ପୁତ୍ରଟି ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ସହ ଶିଶୁଟିକୁ ସଙ୍କଟାପନ୍ନ କକ୍ଷରେ ରଖିଯାଇ ଚିକିତ୍ସାଧୀନ ଅବସ୍ଥାରେ ରଖାଯାଇଛି ବୋଲି ଯାହା ଜଣାପଡିଛି ।