ବନ୍ଦ ହେ‌ଲା ବିଚ ସାକ୍ ଯୋଜନା

ପୁରୀ: ସମୁଦ୍ର ବେଳାଭୂମିରେ ମଦ ଦୋକାନକୁ ଭାରତ ବିକାଶ ପରିଷଦ ତରଫରୁ ବିରୋଧ କରି ଗତକାଲି ଏହି ପ୍ରତିବାଦ ପତ୍ର ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା । ଏହି ବିରୋଧରେ ଅନେକ ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ଧାର୍ମିକ ଦୃଷ୍ଟିକୋଣରୁ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ସମୁଦ୍ର ଆଳତୀ ଭଳି ଦିବ୍ୟ ଉଦ୍ୟମ ହେତୁ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ସୌମେନ୍ଦ୍ର ଦାସ୍ ଓ ମୁକ୍ତି କାନ୍ତ ଦାସଙ୍କ ଉଦ୍ୟମରେ ସମସ୍ତ ସଂଗଠନର ପ୍ରତିନିଧିମାନେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ତଥ୍ୟ ସହ ଏହି ପ୍ରସଙ୍ଗ ତାଙ୍କ ଦୃଷ୍ଟିକୁ ଆଣିଥିଲେ । ପୂଜ୍ୟ ଗୁରୁଜୀଙ୍କ ପ୍ରତିକ୍ରିୟା ଓ ଭାରତ ବିକାଶ ପରିଷଦର ଉଦ୍ୟମରେ ଏହି ଅଭିଯାନ ସଫଳ ହୋଇଛି । ରାଜ୍ୟ ସରକାରଙ୍କ ଏହି ଯୋଜନା ବନ୍ଦ ହେ‌ଲା ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ଏ ସଂକ୍ରାନ୍ତରେ ସୂଚନା ଦେଲେ । ଧର୍ମ ସଂସ୍କୃତି ରକ୍ଷା କ୍ଷେତ୍ରରେ ଏ ଅଭିଯାନ ସ୍ମରଣୀୟ ହୋଇରହିବ ।

Leave a Reply

Your email address will not be published.