ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁଁହା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୫କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୩୬ ଜଣ, କଟକ ୨୧୨ ଜଣ, ଅନୁଗୁଳରୁ ୪୭ ଜଣ,ମୟୂରଭଞ୍ଜରୁ ୪୧ ଜଣ, ସୁନ୍ଦରଗଡ଼ରୁ ୨୯ ଜଣ, ଢ଼େଙ୍କାନାଳରୁ ୧୯ ଜଣ, ସମ୍ବଲପୁରରୁ ୧୮ ଜଣ, କନ୍ଧମାଳରୁ ୧୭ ଜଣ, ନବରଙ୍ଗପୁରରୁ ୧୬ ଜଣ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ, ସୋନପୁରରୁ ୧୨ ଜଣ, ମାଲକାନଗିରିରୁ ୧୧ ଜଣ, ଜଗତସିଂହପୁରରୁ ୧୧୩ ଜଣ, ପୁରୀରୁ ୧୦୯ ଜଣ, ବାଲେଶ୍ବରରୁ ୭୮ ଜଣ, ଯାଜପୁରରୁ ୭୭ ଜଣ, ଭଦ୍ରକରୁ ୫୮ ଜଣ, ନୟାଗଡ଼ରୁ ୫୩ ଜଣ, ବରଗଡ଼ରୁ ୯ ଜଣ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରୁ ୮ ଜଣ ଲେଖାଏଁ, ବୌଦ୍ଧରୁ ୪ ଜଣ, ଗଞ୍ଜାମ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡିରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।