ଦକ୍ଷିଣ ରାଉରକେଲା ମହିଳା ଆରୋଗ୍ୟ ସମିତି ଗ୍ରୁପ “ଏ” ର ଡେଙ୍ଗୁ ସଚେତନତା ରାଲି

ସୁନ୍ଦରଗଡ଼, ଲବ କିଶୋର ନାୟକ: ନବକୃଷ୍ଣ ନଗର ଉପ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଦକ୍ଷିଣ ରାଉରକେଲା ମହିଳା ଆରୋଗ୍ୟ ସମିତି ଗ୍ରୁପ “ଏ” ଦ୍ୱାରା ରାଜ୍ୟରେ ବ୍ୟାପୁଥିବା ଡେଙ୍ଗୁ ଓ ମହାମାରୀ ଭଳି ରୋଗରୁ କିଭଳି ରକ୍ଷା ମିଳିବ ଏହା ଉପରେ ଏକ ସଚେତନତା ରାଲି କରାଯାଇଥିଲା । ମହିଳା ଆରୋଗ୍ୟ ସମିତି ତରଫରୁ ଦକ୍ଷିଣ ରାଉରକେଲାର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ଲୋକ ମାନଙ୍କୁ ମଶାରୀ ବାନ୍ଧି ଶୋଇବାକୁ କହିବା ସହ, ବିଶୁଦ୍ଧ ଜଳ ପିଇବା, ଆଖପାଖରେ ଥିବା ଅଳିଆ ଆବର୍ଜନା ସଫା କରିବା ଓ ରୋଗରେ ଆକ୍ରାନ୍ତ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ ।

ଏହି ସଚେତନତା ରାଲିରେ ମହିଳା ଆରୋଗ୍ୟ ସମିତିର ସଭାନେତ୍ରୀ ସଂଯୁକ୍ତା ପରିଜା, ସମ୍ପାଦିକା ଧରାନେତ୍ରୀ ରାୟ, କୋଷାଧକ୍ଷା ସନ୍ତୋଷୀ ସାହୁ, ସଦସ୍ୟା ଅନ୍ନପୂର୍ଣ୍ଣା ସାମଲ, ନୟନା ସାହୁ, ସୁକାନ୍ତି ବାରିକ, ପ୍ରମିଳା ରାଉତ, ନଳିନୀ ସେଠୀ, ବାସନ୍ତୀ ପାତ୍ର, ନିଭା ପାଲ ଓ ବନ୍ଦନା ମୋଦକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଆଗାମୀ ଦିନରେ ଦକ୍ଷିଣ ରାଉରକେଲାର ପ୍ରତ୍ୟେକ ଘରକୁ ଘର ବୁଲି ସଚେତନତା କରାଯିବ ବୋଲି ମହିଳା ଆରୋଗ୍ୟ ସମିତି ଗ୍ରୁପ “ଏ” ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply

Your email address will not be published.