ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ନିବେଦନ

ଟିଟିଲାଗଡ: ଟିଟିଲାଗଡ ବ୍ଲକ ମହୁଲ ପଡା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମର ଆଦିବାସୀ ଗରିବ ଶ୍ରମିକ ଅଙ୍ଗଦ ମାଝୀଙ୍କ ୫ ବର୍ଷର ଶିଶୁକନ୍ୟା ଅଜଣା ରୋଗରେ ଆକ୍ରାନ୍ତ ହୋଇଛି । ଦୁଇ ହାତର ଆଙ୍ଗୁଳି ଜନ୍ମରୁ ଅସ୍ୱାଭାବିକ ଭାବରେ ବୃଦ୍ଧି ହେଉଛି । ଶିଶୁର ଚିକିତ୍ସା ପାଇଁ ଅର୍ଥ‌ ସାଜିଛି ବାଧକ । ସୂଚନାରୁ ପ୍ରକାଶଯେ, ଗ୍ରାମର ଅଙ୍ଗଦ ମାଝୀଙ୍କ ନାମମାତ୍ର କିଛି ଚାଷଜମି ଅଛି । ଘରେ ଅଛନ୍ତି ପାଞ୍ଚଟି ଝିଅ । ପରିବାରର ୭ ପ୍ରାଣୀ କୁଟୁମ୍ବଙ୍କ ପେଟପାଟଣା ଯୋଗାଇବା ପାଇଁ ସର୍ବଦା ରୋଜଗାର ମିଳିବା ମୁସ୍କିଲ । ଏପରି ସ୍ଥିତିରେ ଗରିବ ପରିବାର ପାଇଁ ଶିଶୁ କନ୍ୟାର ଉପଯୁକ୍ତ ଚିକିତ୍ସା ସ୍ବପ୍ନ ହୋଇପଡିଛି । କଟକ ବଡ ଡାକ୍ତରଖାନାକୁ ଯାଇ ମଧ୍ୟ ଫେରିଛନ୍ତି । ହେଲେ ଶିଶୁର ଚିକିତ୍ସା ଏଯାବତ ହୋଇ ପାରିନାହିଁ । ପୁଣି ଥରେ କଟକ କିମ୍ବା ଅନ୍ୟ ଡାକ୍ତରଖାନାକୁ ନେବାକୁ ସମ୍ଭଳ ନାହିଁ । ଅପରପକ୍ଷରେ ଦିନକୁ ଦିନ ଶିଶୁକନ୍ୟାର ଚଳପ୍ରଚଳ କଷ୍ଟକର ହୋଇପଡୁଛି । ସରକାର ଶିଶୁ ବିକାଶ ନେଇ ଅନେକ ଯୋଜନା ରହିଥିବା କହୁଛନ୍ତି ହେଲେ ଗରିବ ପରିବାରର ଶିଶୁ କନ୍ୟା ପାଇଁ ସରକାରୀ ଯୋଜନାର ସୁଫଳ ଅପହଞ୍ଚ ହୋଇ ରହିଅଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଗରିବ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ ଦାବି କରିଛନ୍ତି ।

Leave a Reply

Your email address will not be published.