ଭୁବନେଶ୍ଵର: ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଶେଷ ହୋଇଛି । ଅଗଷ୍ଟ ୧୨ ତାରିଖରୁ ଖାତାଦେଖା ଆରମ୍ଭ ହେବ । ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହୋଇଥିଲା । ଖାତା ଦେଖା ସରିବାର ୩ ରୁ ୪ ଦିନ ପରେ ରେଜଲ୍ଟ ବାହାରିବ । ସୂଚନାନୁଯାୟୀ, ଆସନ୍ତା ୧୨ ତାରିଖରୁ ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷା ପ୍ରସଙ୍ଗରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରଶ୍ନପତ୍ର ବଦଳ ପ୍ରସଙ୍ଗରେ ବୋର୍ଡ ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି । ଏନେଇ ବିଭାଗୀୟ ତଦନ୍ତ ଚାଲିଛି।
ଚଳିତବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷାରେ ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟରେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଥିଲା । ସେଥରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିଲା।