କଟକ, (ଭରତ ମହାରଣା): କଟକ ଏସସିବି ମେଡିକାଲ ରେ ଜଣେ ମା ୪ ସନ୍ତାନକୁ ଜନ୍ମ ଦେଇଛନ୍ତି । ଜନ୍ମ ନେଇଥିବା ସମସ୍ତେ ଶିଶୁକନ୍ୟା । ଭଞ୍ଜନଗର ଢିହପଡ଼ା ଅଞ୍ଚଳର ବିରେନ୍ଦ୍ର ନାୟକଙ୍କ ପତ୍ନୀ ଛବିତା ନାୟକ ଗର୍ଭରୁ ବିନା ଅସ୍ତ୍ରପଚାରରେ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ୪ଟି ଶିଶୁ କନ୍ୟାରୁ ପ୍ରଥମେ ଜଣଙ୍କର ମୃତ୍ୟୁ ଘଟିଥିଲା । ପୁଣି ଗତକାଲି ବିଳମ୍ବିତ ରାତି ୨:୩୦ ସମୟରେ ଆଉ ଏକ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ୨ ଶିଶୁ କନ୍ୟାଙ୍କ ଓଜନ କମ ଥିଲା, ଜଣଙ୍କର ୪୦୦ ଗ୍ରାମ ଥିବା ବେଳେ ଅନ୍ୟ ଶିଶୁ କନ୍ୟାଟିର ଓଜନ ୬୫୦ ଗ୍ରାମ ଥିଲା ।ଅନ୍ୟ ଦୁଇ ଶିଶୁ କନ୍ୟାକୁ କଟକ ଶିଶୁ ଭବନର ସ୍ପେଶାଲ ନିୟୁ ବର୍ନ କ୍ୟାୟାରର ଦ୍ବିତୀୟ ନମ୍ବର ୱାର୍ଡରେ ଶିଶୁଭବନର ଡାକ୍ତରଙ୍କ ତୀକ୍ଷଣ ନଜରରେ ଚିକିତ୍ସିତ ହେଉଛନ୍ତି ।