କଟକ: ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ତିନି ଗିରଫ । ଏକଦେଶୀ ମଦ ଡାଲା ଗାଡି ଓ ଏକହଜାରରୁ ଉର୍ଦ୍ଧ୍ବ ଦେଶୀ ମଦ ଜବତ । ଆଠଗଡ଼ ପଟୁ ବାଙ୍କୀ ତଥା ବାଙ୍କୀ ଦେଇ ବାହାରକୁ ଦୀର୍ଘ ଦିନ ହେବ ଚୋରା ଦେଶୀମଦ ଚାଲାଣ ହେଉଥିବାର ଖବର ପାଇ ଆଜି ବାଙ୍କୀ ଜାତମୁଣ୍ଡିଆ ପୋଲ ନିକଟରେ ହୋଇଥିଲା ମିଳିତ ଚଢ଼ାଉ । ଚଢ଼ାଉ ବେଳେ ୩ ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ମଦ ବୋଝେଇ ଡାଲାଗାଡ଼ି ଜବତ ।
ସେଥିରୁ ୧୦୮୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ସୂଚନା ଥାଉକି କଟକ ଅବକାରୀ ଉପ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ୪୦ ଜଣିଆ ଟିମ ଆଗରୁ ଜାଣିପାରି ଜାତମୁଣ୍ଡିଆ ପୋଲ ନିକଟରେ ଜଗିରହିଥିଲେ । ଦୀର୍ଘଦିନ ହେବ ଏହି ଡାଲା ବୋଝେଇ ଗାଡ଼ିରେ ବାଙ୍କୀ ତଥା ବାଙ୍କୀ ଦେଇ ଖୋର୍ଦ୍ଧା ଆଦି ସହରକୁ ଦେଶୀ ମଦ ବିକ୍ରି ପାଇଁ ଯାଉଥିଲା । ହେଲେ ଏକ ବଡ ରାକେଟର ହାତ ରହିଥିବାର ଏହାର ପରଦା ଫାର୍ସ କରିବାରେ ଏବେ ସଫଳ ହୋଇଛି ଅବକାରୀ ବିଭାଗ ।ତଦନ୍ତ ପରେ ଜଣାପଡିବ ଅଧିକ ତଥ୍ୟ । ତେବେ ଏମାନଙ୍କ ନାମରେ ଅବକାରୀ ଆକ୍ଟ ଅନୁସାରେ ବିଭିର୍ଣ୍ଣ ମାମଲା ରୁଜ୍ଜୁ କରାଯାଇ କୋଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ଉପନିରୀକ୍ଷକ ଜଗଦୀଶ ସାମଲ । ଆଗକୁ ଚଢ଼ାଉକୁ ଜୋରଦାର କରାଯିବା ଆଉ ଚୋରା ଦେଶୀ ମଦ କାରବାର ବନ୍ଦ କରିବା ପାଇଁ ନିଆଯିବ ଠୋସ ପଦକ୍ଷେପ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।