ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ଯୁବ ମୋର୍ଚ୍ଚା

ବାଙ୍କୀ: ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଡ଼ାକରାରେ ସାମିଲ ହେଲା ବାଙ୍କୀ ବିଜେପି ଯୁବମୋର୍ଚ୍ଚା ।‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡିଶା ଷ୍ଟାପ ସିଲେକ୍ସନ ଚାକିରୀ ବିକ୍ରି ପ୍ରତିବାଦରେ ରାଜ୍ୟ ଯୁବ ମୋର୍ଚ୍ଚା ଆହ୍ୱାନ କ୍ରମେ ବାଙ୍କୀ ବିଜେପି ପକ୍ଷରୁ ବଜାର ପରିକ୍ରମା କରି ପ୍ରତିବାଦ କରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଶତାଧିକ ବିଜେପି କର୍ମୀ ଓ ନେତା ।

ମେଧା ପରିବର୍ତ୍ତେ ଟଙ୍କା ନେଇ ଓଡିଶା ଷ୍ଟାଫ୍ ସିଲେକ୍ସନ ଚାକିରୀ କରାଇଦେବା ଆଳରେ କମିଶନର ନେଉଛନ୍ତି ମୋଟା ଅଙ୍କର ଟଙ୍କା ଆଉ ବିକ୍ରି କରୁଛନ୍ତି ଚାକିରୀ । ଏଭଳି ଅଭିଯୋଗ ଆଣିଲା ବିଜେପି ଯୁବ ମୋର୍ଚ୍ଚା । ଆଜି ଏହାକୁ ବିରୋଧ କରି ମେଡିକାଲ ଛକ ଠାରେ ଯୁବମୋର୍ଚା ପକ୍ଷରୁ ବିକ୍ଷୋଭ ପଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା କଲା ଦାହ ।

ଏହି ବିକ୍ଷୋଭ ପଦର୍ଶନରେ ବହୁ ସଂଖ୍ୟାରେ ଯୁବ ମୋର୍ଚ୍ଚା ସଦସ୍ୟ ହେଲେ ସାମିଲ.ଯୁବମୋର୍ଚା ପକ୍ଷରୁ ଚେତାବନୀ ଯଦି ଏ ସବୁ ଦୁର୍ନୀତି ରୁ ରାଜ୍ୟ ସରକାର ନିବୃତ ନରୁହନ୍ତି ତେବେ ଆଗାମୀ ଦିନରେ ଯୁବକ ମାନଙ୍କ ନାର୍ଯ୍ୟ ହକ ପାଇଁ ବିଜେପି ଯୁବ ମୋର୍ଚ୍ଚା ରାଜ ରାସ୍ତାରେ ଓଲ୍ହାଇବା ସହିତ ଘୋର ବିରୋଧ କରିବ ଯାହାପାଇଁ ସରକାର ହିଁ ଦାୟୀ ରହିବେ ।

Leave a Reply

Your email address will not be published.