କୋଭିଡ ହସ୍ପିଟାଲ ରୁ ରୋଗୀ ଫେରାର

କଟକ: କଟକ ଏସସିବି ମେଡ଼ିକାଲ କୋଭିଡ ଓ୍ବାର୍ଡରୁ ଗତ ୫ ତାରିଖରେ ମାହାଙ୍ଗା ଅଂଚଳର ବିଶ୍ୱନାଥ ସ୍ବାଇଁ (୫୮) ଆଡ଼ମିଶନ ହୋଇ ଆଇସିୟୁର ୧୧୨ ନମ୍ବର ବେଡ଼ରେ ଚିକିତ୍ସା ହେଉଥିଲେ । ଗତକାଲି ରାତି ୩ଟାରୁ କୋଭିଡ ରୋଗୀ ସ୍ବାଇଁ କୁଆଡ଼େ ପଳାଇଯାଇଛନ୍ତି । ତେବେ ଫୋନେ ଯୋଗେ ଖବର ପାଇବାପରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ତାଙ୍କ ସ୍ତ୍ରୀ ସରସ୍ୱତୀ ସ୍ବାଇଁ । ଏହାସହିତ ହସ୍ପିଟାଲ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ଆଜି ସମ୍ପୃକ୍ତ ରୋଗୀଙ୍କୁ ଟ୍ରାକ କରିବା ପାଇଁ ଉଦ୍ୟମ ଜାରି ରହିଛି ।

Leave a Reply

Your email address will not be published.