କଟକ, (ଭରତ ମହାରଣା): ସୁପ୍ରିମକୋର୍ଟରେ ରୁଜୁ ହୋଇଛି ଏସଏଲପି । ଏସଏଲପି ରେ ହାଇକୋର୍ଟଙ୍କ ଜାଲ ନିର୍ଦ୍ଦେଶନାମା ଦାୟର ହୋଇଛି । ଲୋକାଯୁକ୍ତଙ୍କ ପକ୍ଷରୁ ୬ ପୃଷ୍ଠାର ଜାଲ ନିର୍ଦ୍ଦେଶନାମା ଦାଖଲ ହୋଇଛି । ଏଭଳି ନିର୍ଦ୍ଦେଶନାମା ହାଇକୋର୍ଟ ପ୍ରଦାନ କରିନାହାନ୍ତି । ଲୋକାଯୁକ୍ତ ଉପରେ ଆଶା ଭରସା ବିଶ୍ୱାସ ରଖି ଗଠନ ହୋଇଥିଲା । ୨୦୨୦ ନଭେମ୍ବର ୨୯ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଗଲା । ଲୋକାଯୁକ୍ତଙ୍କ ନିକଟରେ ଏହା ପ୍ରଥମ ମାମଲା । ୯ ଡ଼ିସେମ୍ବରରେ ଭିଜିଲାନ୍ସ ପକ୍ଷରୁ ଅଭିଯୋଗ କରାଗଲା । ଡ଼ିଏସପି ରଞ୍ଜନ ଦାଶ ଏହି ଅଭିଯୋଗ କରିଥିଲେ । ଜଣେ ଅଭିଯୋଗକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଗଲା । ହାଇକୋର୍ଟରେ ଏହା ରଦ୍ଧ ହେଲା । ଲୋକାଯୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଲୋକାଯୁକ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜାଲିଆତି କରିଛନ୍ତି । ଏଭଳି ଅଭିଯୋଗ ଆଣିଲେ ପିତାମ୍ବର ଆଚାର୍ଯ୍ୟ । ହାଇକୋର୍ଟରେ ରୁଜୁ ହେଉଛି ଅଦାଲତ ଅବମାନନା ମାମଲା । ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି ।