ସାପ୍ତାହିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ହେଲେ ରଞ୍ଜନ କୁମାର ସାହୁ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ,ଆଳଦା, ଖଇରା,ବାଲେଶ୍ବର ଦ୍ବାରା ଅନୁଷ୍ଠିତ ସାପ୍ତାହିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପ୍ରତି ସପ୍ତାହରେ ହ୍ଵାଟ୍ସଆପ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଏହି ଅନଲାଇନ୍ ପ୍ରତିଯୋଗିତା ହୋଇଥାଏ । ଏଥିରେ ବିଭିନ୍ନ ଜିଲ୍ଲାର ସାହିତ୍ଯିକ/ସାହିତ୍ଯିକା ମାନେ ଭାଗନେଇଥାନ୍ତି । ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ପ୍ରସଙ୍ଗ ଉପରେ ସମସ୍ତେ ଧାର୍ଯ୍ୟ ସମୟ ମଧ୍ୟରେ ଲେଖି ପଠାଇ ଥାଆନ୍ତି । ମହିଳା ସମୀକ୍ଷକଙ୍କ ଦ୍ବାରା ସମସ୍ତ ଲେଖାଗୁଡିକୁ ସମୀକ୍ଷା କରାଯାଇ ଫଳାଫଳ ଘୋଷଣା କରାଯାଇଥାଏ ।

ଏଥର ପ୍ରତିଯୋଗୀଙ୍କ ପାଇଁ ପ୍ରସଙ୍ଗ କ୍ଷୁଦ୍ରଗଳ୍ପ ” ରାକ୍ଷୀ ” ଥିଲା । ଯାହାହେଉ ସମସ୍ତଙ୍କର ଲେଖା ଗୁଡିକ ପ୍ରାୟ ଭଲଥିଲା । ଏଥିରେ (୧) ପଦ୍ମାବତୀ ମିଶ୍ର, ହୁଲୁରି ସିଂଙ୍ଗା, ଅନୁଗୋଳ, (୨) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, (୩) ରଞ୍ଜିତା ସାହୁ, ଜଗତସିଂହପୁର, (୪) ପ୍ରିୟମ୍ବଦା ରାଉତ, ମାଲକାନଗିରି, (୫) ଉର୍ମିଳା ମହାପାତ୍ର, ନବରଙ୍ଗପୁର, (୬) ଯାଜ୍ଞସେନୀ ପଣ୍ଡା, ବାଲେଶ୍ବର, (୭) ଦେବେନ୍ଦ୍ର ନାୟକ, ମୟୂରଭଞ୍ଜ, (୮) ଭାରତୀ ସାହୁ, ଯାଜପୁର,(୯) ରମେଶ ଚନ୍ଦ୍ର ନାୟକ, କେଶରପୁର, ବକ୍ସିବଜାର, କଟକ, (୧୦) ବୀରକିଶୋର ନାୟକ, ଢେଙ୍କାନାଳ, (୧୧) ସନ୍ଧ୍ୟାରାଣୀ ଦାଶ ଓ (୧୨) ସଞ୍ଜୁକ୍ତା ସାହୁ ଜଗତସିଂହପୁର, (୧୩) ସୁସ୍ମିତା ମହାପାତ୍ର, ସୁନ୍ଦରଗଡ଼ ଓ (୧୪) ରଞ୍ଜନ କୁମାର ସାହୁ, ପାରାଦୀପ ଗଡ, କୁଜଙ୍ଗ, ଜଗତସିଂହପୁର ଜିଲ୍ଲା ସମେତ ମୋଟ ୧୪ଜଣ ଭାଗନେଇଥିଲେ ।

ସେଥିମଧ୍ୟରୁ ରଞ୍ଜନ କୁମାର ସାହୁ ପ୍ରଥମ ସ୍ଥାନ ଅଧିକାର କରି ଆତ୍ମସନ୍ତୁଷ୍ଟ ଲାଭ କରିଥିବା ବେଳେ, ରମେଶ ଚନ୍ଦ୍ର ନାୟକ ଦ୍ବିତୀୟ ଓ ରଞ୍ଜୁଲତା ପାଢୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରକାଶ ଥାଉକି ଗଦ୍ୟ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ଗଠିତ । ସାହିତ୍ୟ ସାଧକ/ସାଧିକାମାନେ ଏହି ମୋ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଭାଗନେଇ ନିଜର ସାହିତ୍ୟ ଜ୍ଞାନକୁ ବୃଦ୍ଧି କରି ଆନନ୍ଦ ଲାଭ କରୁଥିବାରୁ ଅନୁଷ୍ଠାନ ତରଫରୁ ସମସ୍ତ ସାହିତ୍ୟ ସାଧକ/ସାଧିକା ମାନଙ୍କୁ ସାଧୁବାଦ । ଆଗାମୀ ଦିନରେ ଆହୁରି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନ ଚିନ୍ତିତ, କେବଳ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଅନୁଷ୍ଠାନ ପ୍ରତି ରହିବା ଦରକାର ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପୁରସ୍କାର କେବଳ ଅନୁଷ୍ଠାନର ଆଜୀବନ ସଦସ୍ୟ/ ସଦସ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଥର କାହାରିକୁ ଦେବାର ବ୍ୟବସ୍ଥା ହୋଇପାରିଲା ନାହିଁ ।

Leave a Reply

Your email address will not be published.