ରାଜଗାଙ୍ଗପୁର ଠାରେ ତିଆରି ହେବ ୭ ଏକର ଜମିରେ ‌ଇଣ୍ଡୋର ଷ୍ଟାଡିୟମ

ରାଜଗାଙ୍ଗପୁର, (ଦଶରଥ ପୋଡ଼): ଅଲମ୍ପିକ୍ସ ଖେଳର ପରସମାପ୍ତି ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମୁଦାୟ ୮୯ଟି ମଲ୍ଟି ପରପଜ୍ ଇଣ୍ଡୋରା ଷ୍ଟାଡିୟମ ତିଆରି କରିବାକୁ ଘୋଷଣା କରିଛନ୍ତି । ପ୍ରତ୍ୟେକ ଷ୍ଟାଡିୟମ ପାଇଁ ୯କୋଟି ୫୫ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ସମୁଦାୟ ୮୯ ଷ୍ଟାଡିୟମ ପାଇଁ ୮୪୯ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁରୀ ମଧ୍ୟ କରି ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଳକରେ ଏହି ଇଣ୍ଡୋର ଷ୍ଟାଡିୟମ୍ କରିବାକୁ ଘୋଷଣା କରିଛନ୍ତି ।

ସେଥିମଧ୍ୟରୁ ରାଜଗାଙ୍ଗପୁର ବ୍ଳକରେ ୭ ଏକର ଜମିରେ ଏହି ଷ୍ଟାଡିୟମ ତିଆରି କରିବାକୁ ନିଷ୍ପତ୍ତି କରାଯାଇଛି । ରାଜଗାଙ୍ଗପୁର ସହରର ସୁମିତ୍ରା ମ୍ୟାରେଜ୍ ପ୍ୟାଲେସରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଜୁଜନତା ଦଳର ଜିଲ୍ଲା ଅଧ୍ୟକ୍ଷ ବିନୟଟପୋ, ପୂର୍ବତନ ବିଧାୟକ ମଙ୍ଗଳା କିଶାନ୍, ରାଜଗାଙ୍ଗପୁର ଟାଉନ ଅଧ୍ୟକ୍ଷ ରାଜେନ୍ଦ୍ର ବେହେରା, ପୂର୍ବତନ ଉପନଗରପାଲ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ପୂରାତନ ଏବଂ ନୂତନ ଖେଳାଳୀ ସମସ୍ତ ବିଦ୍ୟାଳୟର ଖେଳ ଶିକ୍ଷକଙ୍କୁ ଏକତ୍ରିତ କରି ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଆହୁରି ମଧ୍ଯ ଜିଲ୍ଲାର ବିଭିନ୍ନ ଖେଳରେ ଯୋଗ ଦେଇ ସୁନାମ ଅର୍ଜନ କରିଥିବା ୩୦ ଖେଳାଳୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.