କଟକ, (ଭରତ ମହାରଣା): ଓଡିଶା ହାଇକୋର୍ଟ୍ ପରିସରରେ ପାଳିତ ହୋଇଛି ୭୫ ତମ ସ୍ୱାଧିନତା ଦିବସ । ମୁଖ୍ୟ ଅତିଥି ହାଇକୋର୍ଟ୍ ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ହାଇକୋର୍ଟ୍ର ସମସ୍ତ ବିଚାରପତି, ବାର୍ ଆସୋସିଏସନ୍ର ବରିଷ୍ଠ ଆଇନଜୀବୀ ଓ ବିଚାର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।