ଏସଟିଏଫକୁ ମିିଳିଛି ବଡ ସଫଳତା

କଟକ, (ଭରତ ମହାରଣା) : ଏସଟିଏଫକୁ ବଡ଼ ଧରଣର ସଫଳତା ମିଳିଛି । ୨କିଲୋ ୪୦୨ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜଳେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏହି ବ୍ରାଉନସୁଗାର ଚୋରା ଚାଲାଣରେ ରାଜ୍ୟ ବାହାରର ଲିଙ୍କ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏନେଇ ଏସଟିଏଫ ଖୋଳତାଡ଼ ଜାରୀ ରଖିଛି । ଗତ ଦେଢ଼ ବର୍ଷ ମଧ୍ୟରେ ଏସଟିଏଫ ୩୮ କିଲୋ ବ୍ରାଉନସୁଗାର ଜବତ କରିବାରେ ସମର୍ଥ ହୋଇଛି । ଆଗାମୀ ଦିନରେ ଏସଟିଏଫ ପକ୍ଷରୁ ବ୍ରାଉନସୁଗର ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ବିରୋଧରେ ଅଭିଯାନ ଜାରି ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

Leave a Reply

Your email address will not be published.